ଆଧ୍ୟାତ୍ମିକ ସଭା (#15508)

*ଯେତେବେଳେ ତୁମେ ସଭା କକ୍ଷରେ ପ୍ରବେଶ କରୁଛ, ଭଗବାନ୍ଙ୍କ ପ୍ରେମରେ ସ୍ପନ୍ଦିତ ହେଉଥିବା ହୃଦୟରେ ତଥା ସ୍ୱୟଂ ତାଙ୍କ ଗୁଣଗାନ ବ୍ୟତୀତ ଅନ୍ୟ ସବୁଥିରୁ ବିଶୁଦ୍ଧ ହୋଇଥିବା ଜିହ୍ୱାରେ ଏହି ପ୍ରାର୍ଥନା ଆବୃି କର, ଯାହାଫଳରେ ସର୍ବଦକ୍ଷତାଶାଳୀ ଈଶ୍ୱର ତୁମକୁ ଦୟା ପରବଶ ହୋଇ ସର୍ବୋକ୍ରୃଷ୍ଟ ବିଜୟ ହାସଲ କରିବା ପାଇଁ ସାହାଯ୍ୟ କରିବେ । 

ହେ ସ୍ୱୟଂ ତୁମେ ଦିବ୍ୟ ସାମ୍ରାଜ୍ୟର ପ୍ରଭୁ ! ଯଦିଓ ଆମ୍ଭମାନଙ୍କର ଶରୀରଗୁଡ଼ିକ ଏଠାରେ ଏକତ୍ରିତ ହୋଇଛନ୍ତି, ତଥାପି ଆମ୍ଭମାନଙ୍କ କାର୍ଯ୍ୟରତ ହୃଦୟଗୁଡ଼ିକ ତୁମ ପ୍ରେମରେ ଆତ୍ମହରା ହୋଇଛନ୍ତି ଏବଂ ତୁମ ଦୀପ୍ତିମାନ୍ ମୁଖମଳର ରଶ୍ମିଦ୍ୱାରା ପରିର୍ବିତ ହୋଇଛନ୍ତି । ଯଦିଓ ଆମ୍ଭେମାନେ ଦୁର୍ବଳ, ତଥାପି ତୁମର ଶକ୍ତି ଓ କ୍ଷମତାର ପରିପ୍ରକାଶକୁ ପ୍ରତୀକ୍ଷା କରୁଛୁ । ଯଦିଓ ଆମ୍ଭେମାନେ ଦରିଦ୍ର, ତଥାପି ଅନ୍ୟ ଉପାୟ ନ ପାଇ ତୁମ ଦିବ୍ୟ ସାମ୍ରାଜ୍ୟର କୋଷାଗାର ମଧ୍ୟରୁ ଆମ୍ଭେ ପ୍ରାଚୁର୍ଯ୍ୟ ଗ୍ରହଣ କରୁଛୁ । ଯଦିଓ     ଆମ୍ଭେମାନେ ସାମାନ୍ୟ ବିନ୍ଦୁ ତୁଲ୍ୟ, ତଥାପି ତୁମର ଅଥଳ ମହାସାଗରରୁ ଆମ୍ଭେ ତାହା ସଂଗ୍ରହ କରୁଛୁ । ଯଦିଓ ଆମ୍ଭେମାନେ ଦୋଷଯୁକ୍ତ, ତଥାପି ତୁମ ପ୍ରଭାମୟ ପ୍ରଭାକରଙ୍କ ଜ୍ୟୋତି ଦ୍ୱାରା ଦୀପ୍ତିମାନ ହେଉଛୁ । 

ହେ ଆମ୍ଭର ଅନୁଗ୍ରହ ଦାତା ! ତୁମ୍ଭର ସହାୟତା ପ୍ରେରଣ କର, ଯ୍ୱାରା ଆମ୍ଭେମାନେ ଏହି ନାରକୀୟ ଜଗତକୁ ତୁମ ସ୍ୱର୍ଗର ନିଖୁଣ ପ୍ରତିକୃତିକୁ ତିଆରି କରିବା ପର୍ଯ୍ୟନ୍ତ ଏଠାରେ ଏକ୍ରତିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଏକ ଜ୍ୱଳନ୍ତ ଦୀପ, ଏକ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ଏବଂ ତୁମ ସ୍ୱର୍ଗୀୟ ସାମ୍ରାଜ୍ୟର ଏକ ଆହ୍ୱାନକାରୀ ହୋଇପାରିବୁ ।

-The Báb
-----------------------

ଆଧ୍ୟାତ୍ମିକ ସଭା (#15509)

ହେ ଭଗବାନ୍ ! ହେ ପରମେଶ୍ୱର ! ତୁମ ଉପରେ ବିଶ୍ୱାସ ସ୍ଥାପନ କରି, ତୁମ ସଂକେତଗୁଡ଼ିକ ଉପରେ ଆସ୍ଥା ସ୍ଥାପନ କରି, ତୁମ ଦିବ୍ୟ ଚୁକ୍ତି ଏବଂ ଇଚ୍ଛାପତ୍ର ମଧ୍ୟରେ ଦୃଢ଼ ହୋଇ, ତୁମ ଆଡ଼କୁ ଆକର୍ଷିତ ହୋଇ, ତୁମ ପ୍ରେମର ଅଗ୍ନିରେ ଉୀପ୍ତ ହୋଇ ଏବଂ ତୁମ ଧର୍ମ ମଧ୍ୟରେ ସାଧୁତା ଅବଲମ୍ବନ କରି ଆମେ ସମବେତ ହୋଇଥିବା ଏହି ଆଧ୍ୟାତ୍ମିକ ସଭା ଉପରେ ତୁମ ଏକତ୍ୱର ଅଦୃଶ୍ୟ ସାମ୍ରାଜ୍ୟରୁ ଦୃଷ୍ଟିପାତ କର । ଆମ୍ଭେମାନେ ତୁମ ଅମରାବତୀର ସେବକଗଣ,     ତୁମ ଧର୍ମ ସୁରଭିର ବିଚ୍ଛୁରିତକାରୀ ବ୍ୟକ୍ତିଗଣ, ତୁମ ମୁଖମଳର ଉପାସକଗଣ, ତୁମ ପ୍ରିୟଜନଙ୍କ ଆଡ଼କୁ ବିନମ୍ର ହୋଇ, ତୁମ ଦ୍ୱାର ସ୧ୁଖରେ ସମର୍ପିତ ହୋଇ ବିନୀତ ପ୍ରାର୍ଥନା କରୁଛୁ ଯେ, ତୁମ ମନୋନୀତ ବ୍ୟକ୍ତିମାନଙ୍କର ସେବା କରିବା ପାଇଁ ଆମକୁ ସୁଦୃଢ଼ କର । ତୁମ ଅଦୃଶ୍ୟ ଦେବଦୂତଗଣଙ୍କ ଦ୍ୱାରା ଆମକୁ ସାହାଯ୍ୟ କର । ତୁମ ସେବାରେ ଆମର କଟୀଦେଶକୁ ଶକ୍ତିଶାଳୀ କର ଏବଂ ତୁମକୁ ସ୍ମରଣ କରି ତୁମ ସହିତ ସଂଯୋଗ ସ୍ଥାପନ କରି ତୁମ ନିକଟରେ ସମର୍ପିତ ହୋଇ ତୁମର ପ୍ରେମିକ ଭାବେ ଆମକୁ ଗଢ଼ିତୋଳ । 

ହେ ଆମର ପ୍ରଭୁ ! ଆମ୍ଭେମାନେ ଦୁର୍ବଳ ଏବଂ ତୁମେ ହେଉଛ ବଳଶାଳୀ ଓ ଶକ୍ତିଶାଳୀ । ଆମ୍ଭେମାନେ ମୃତ ଏବଂ ତୁମେ ହେଉଛ ଜୀବନ-ପ୍ରଦାୟକ ମହାନ୍ ଆତ୍ମା । ଆମ୍ଭେମାନେ ଅଭାବଗ୍ରସ୍ତ ଏବଂ ତୁମେ ହେଉଛି ଦିବ୍ୟ ଧାରଣକାରୀ, ମହାଶକ୍ତିଶାଳୀ । 

ହେ ଆମର ପ୍ରଭୁ ! ଆମ୍ଭମାନଙ୍କର ମୁଖକୁ ତୁମ କରୁଣାର୍ପୂ ମୁଖମଳ ଆଡ଼କୁ ଅଭିମୁଖୀ କରାଅ । ତୁମ ପର୍ଯ୍ୟାପ୍ତ ପରିମାଣର କରୁଣା ସହିତ ତୁମ ସ୍ୱର୍ଗୀୟ ମେଜରୁ ଆମକୁ ଖାଦ୍ୟ ପ୍ରଦାନ କର । ତୁମର ସର୍ବୋଚ୍ଚ ଦେବଦୂତଗଣଙ୍କ ରକ୍ଷକମାନଙ୍କ ଦ୍ୱାରା ଆମକୁ ସାହାଯ୍ୟ କର । ଆଭା ସାମ୍ରାଜ୍ୟର ପବିତ୍ର ଆତ୍ମାଗଣଙ୍କ ମାଧ୍ୟମରେ ଆମକୁ ଦୃଢ଼ କର । 

ବାସ୍ତବିକ, ତୁମେ ହେଉଛ ଦୟାଶୀଳ, କରୁଣାମୟ । ତୁମେ ହେଉଛ ମହାନ୍ ବଦାନ୍ୟତାର ଅଧିକାରୀ ଏବଂ ବାସ୍ତବିକ, ତୁମେ ହେଉଛ କ୍ଷମାଶୀଳ ଓ ଅନୁକମ୍ପାଶୀଳ ।

-The Báb
-----------------------

ଆଧ୍ୟାତ୍ମିକ ସଭା (#15510)

ହେ ପ୍ରଭୁ ! ମୋର ଈଶ୍ୱର ! ଆମ୍ଭେମାନେ ତୁମର ସେବକ । ଏହି ମହାନ୍ ଦିବସରେ ତୁମ୍ଭ ବ୍ୟତୀତ ଅନ୍ୟ ସବୁଥିରୁ ନିଜକୁ ବିଚ୍ଛିନ୍ନ ରଖି ତୁମ୍ଭର ପବିତ୍ର ମୁଖାରବିନ୍ଦକୁ ଚାହିଁ ରହିଛୁ । ମାନବଜାତି ମଧ୍ୟରେ ତୁମ୍ଭର ବାଣୀକୁ ଉତ୍ଥାନ କରାଇବାର ସମ ଉଶ୍ୟେ ରଖି, ଆମ୍ଭର ସମସ୍ତ ମତାମତ ଏବଂ ଭାବନାକୁ ଏକତ୍ର କରାଇ ଆମ୍ଭମାନେ ଏହି ଆଧ୍ୟାତ୍ମିକ ସଭାରେ ଏକତ୍ରିତ ହୋଇଛୁ । ହେ ସ୍ୱାମୀ, ଆମ୍ଭମାନଙ୍କର ପ୍ରଭୁ ! ଆମ୍ଭମାନଙ୍କୁ ତୁମ୍ଭ ଦିବ୍ୟ ର୍ନିେଶନାର ସଂକେତ, ମାନବଜାତି ମଧ୍ୟରେ ତୁମ୍ଭ ମହାନ୍ ଧର୍ମର ମାନଦ, ତୁମ୍ଭର ଶକ୍ତିଶାଳୀ ଅଙ୍ଗୀକାରର ଭୃତ୍ୟ, ଆଭା-ସାମ୍ରାଜ୍ୟର ଦିବ୍ୟ ଏକତ୍ୱର ପ୍ରତୀକ କରି ଗଢ଼ି ତୋଳ । ହେ ଆମ୍ଭମାନଙ୍କର ସର୍ବମହାନ୍ ପ୍ରଭୁ ! ତୁମ୍ଭର ସମସ୍ତ ଅଳରେ ବିକିରଣ କରୁଥିବା ଦୀପ୍ତିମାନ୍ ନକ୍ଷତ୍ର ପରି ଆମ୍ଭମାନଙ୍କୁ ଗଢ଼ି ତୋଳ । ହେ ସର୍ବଶକ୍ତିମାନ୍ ! ଆମ୍ଭମାନଙ୍କୁ ତୁମ୍ଭର ଅଦ୍ଭୁତ କୃପାବାରି ଦ୍ୱାରା     ତରଙ୍ଗାୟିତ ଉର୍ମିମାଳା ପରିର୍ପୂ ସମୁଦ୍ରରେ, ତୁମ୍ଭର ସର୍ବମହନୀୟ ସ୍ତରରୁ ଅବତରିତ ଝରଣାରେ, ତୁମ୍ଭର ସ୍ୱର୍ଗୀୟ ଧର୍ମରେ, ବୃକ୍ଷର ଅକ୍ଷତ ଫଳରେ, ତୁମ୍ଭ କରୁଣାର ମୃଦୁ ମଳୟରେ ଦୋଳାୟମାନ ଶାଖା ଏବଂ ପତ୍ର ସଦୃଶ ହେବାରେ ଆମ୍ଭମାନଙ୍କୁ ସାହାଯ୍ୟ କର । ହେ ଈଶ୍ୱର ! ଆମ୍ଭମାନଙ୍କୁ ତୁମ୍ଭର ସ୍ୱର୍ଗୀୟ ଉଦ୍ୟାନରେ କର୍ମୀ କରାଅ । ତୁମ୍ଭର ଦିବ୍ୟ ଏକତାର ସ୍ତୋତ୍ରଗୁଡ଼ିକରେ ନିର୍ଭର କରିବା ପାଇଁ ଅନୁମତି ପ୍ରଦାନ କର ଏବଂ ତୁମ୍ଭ କରୁଣାବାରି ବର୍ଷଣ କରି ଆମ୍ଭର ହୃଦୟକୁ ପ୍ରଫୁଲ୍ଲିତ କରାଅ । ଯାହାଫଳରେ ଆମ୍ଭେମାନେ ଗୋଟିଏ ସାଗରର ଉର୍ମିମାଳା ସଦୃଶ ଏକ୍ରତିତ ହେବୁ, ତୁମ୍ଭର ଦୀପ୍ତିମାନ୍ ଆଲୋକର କିରଣ ସଦୃଶ ହୋଇ ନିମଜ୍ଜିତ ହେବୁ ଏବଂ ଆମ୍ଭର ଭାବନା, ଚିନ୍ତାଧାରା ଏବଂ ଅନୁଭବଗୁଡ଼ିକ ଏକ ବାସ୍ତବତାରେ ପରିଣିତ ହୋଇ ସମଗ୍ର ବିଶ୍ୱରେ ଐକ୍ୟ ଶକ୍ତି ପ୍ରଦର୍ଶନ କରାଇବୁ । 
ତୁମ୍ଭେ ହେଉଛ ଦୟାମୟ, ପରମ ଉଦାର, ପରମ ପ୍ରଦାତା, ସର୍ବଶକ୍ତିମାନ୍, କରୁଣାନିଧି, ପରମ କୃପାଳୁ ।

-The Báb
-----------------------

